ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ନୂଆ ୪ ପଜିଟିଭ ପରେ ଜିଲ୍ଲାରେ ୧୨କୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ପଜିଟିଭ ସଂଖ୍ୟା ୮୭ରେ ପହଞ୍ଚିଲା

2,491

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ପୁଣି ୪ ଜଣଙ୍କ ନମୂନାରେ କରୋନା ପଜିଟିଭ । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ପୂର୍ବରୁ ଯାଜପୁରରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୪ ପଜିଟିଭ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା ।

ସେପଟେ ଚିହ୍ନଟ ହୋଇଥିବା ନୂଆ ୪ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କିମ୍ବା ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିରେ ପୂର୍ବ ଆକ୍ରାନ୍ତଙ୍କ ପରି କୋଲକାତା ଲିଙ୍କ ଅଛି କି ତାପା ସ୍ପଷ୍ଟ କରିନି ସ୍ୱାସ୍ଥ୍ୟ ବିଭାଗ । କେବଳ ଯାଜପୁରର ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ।

ତେବେ ନୂଆ ୪ ଆକ୍ରାନ୍ତ ପରେ ଓଡିଶାରେ ମୋଟ ପଜିଟିଭ ସଂଖ୍ୟା ୮୭ରେ ପହଞ୍ଚିଲା । ବର୍ତ୍ତମାନ ଓଡିଶାରେ ୫୩ଟି ସକ୍ରିୟ କେସ୍ ରହି ଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ।