ଛତିଶଗଡ଼ ରାଜନନ୍ଦଗାଓଁରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଜଣେ ଯବାନ ସହିଦ, ପାଲଟା ଆକ୍ରାମଣରେ ଟଳିଲେ ୪ ମାଓବାଦୀ

250

କନକ ବ୍ୟୁରୋ: ଛତିଶଗଡ ରାଜନନ୍ଦଗାଓଁ ମଦନୱାଡା ଥାନା ଅଂଚଳରେ ପୁଲିସ ମାଓବାଦୀ ମୁହାଁମୁହିଁ । ଛତିଶଗଡ ରାଜନନ୍ଦଗାଓଁ ମଦନୱାଡା ଥାନା ଅଂଚଳରେ ମାଓ ଶିବିର ଚାଲିଥିବା ଖବର ପାଇ ମଦନୱାଡା ଥାନା ସର୍ଚ ଅପରେସନ୍ କରିଥିଲା ପୁଲିସ । ଅଧିକାରୀ ଶ୍ୟାମ କିଶୋର ଶର୍ମାଙ୍କ ନେତୃତିରେ ସର୍ଚ ଅପରେସନ ଆରମ୍ଭ କରିଥିଲା ପୁଲିସ । ମଧ୍ୟରାତ୍ରିରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀଙ୍କ ଗୁଳିରେ ଥାନା ଅଧିକାରୀ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏକ ୪୭ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଶୁକ୍ରବାର ରାତିରେ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଗୁଳିବିନିମୟ ଘଟି ଜଣେ ପୁଲିସ ସବ୍-ଇନ୍‌ସ୍‌ପେକ୍ଟର୍‌ ସହିଦ ଓ ଚାରିଜଣ ମାଓବାଦୀ ନିହତ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପର୍‌ଧୋନି ଗାଁ ନିକଟରେ ଏହି ଏନ୍‌କାଉଣ୍ଟର୍ ଚାଲିଥିଲା। ରାଜନନ୍ଦଗାଓଁର ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଜିଏନ୍ ବାଘେଲ୍ କହିଛନ୍ତି, ଚାରିଜଣ ନକ୍ସଲ୍‌ଙ୍କ ଶବ, ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ଏସ୍‌ଏଲ୍‌ଆର୍ ଅସ୍ତ୍ର ଏବଂ ଦୁଇଟି .୩୧୫ ବୋର୍ ରାଇଫଲ୍ ଉଦ୍ଧାର କରାଯାଇଛି। ତେବେ ୨୦୦୯ ମସିହା ଜୁଲାଇ ମାସରେ ଏହି ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭିକେ ଚୌବେଙ୍କ ସମେତ ଅଣତ୍ରିଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ।