ମହାରାଷ୍ଟ୍ର ଗଢଚିରୋଲି ପୁଲିସକୁ ବଡ଼ ସଫଳତା,ଏନକାଉଣ୍ଟରରେ ଟଳିଲେ ତେଲେଙ୍ଗାନା ଷ୍ଟେଟ କମିଟିର ୪ ମାଓବାଦୀ । ନିର୍ବାଚନ ପୂର୍ବରୁ ବଡ଼ ହିଂସା ପାଇଁ କରୁଥିଲେ ଯୋଜନା ।

76

କନକ ବ୍ୟୁରୋ : ମହାରାଷ୍ଟ୍ର ଗଢଚିରୋଲିରେ ପୋଲିସ-ମାଓବାଦୀ ଗୁଳିବିନିମୟ । ୪ ମାଓବାଦୀ ନିପାତ । ମୃତ ୪ ମାଓବାଦୀ ତେଲେଙ୍ଗାନା ଷ୍ଟେଟ କମିଟିର । ଗଢଚିରୋଲି ଏହେରି ଥାନା କୋଲାମାରକା ଜଂଗଲରେ ଏହି ଗୁଳିବିନିମୟ ହୋଇଛି । ପୋଲିସ ଗୋଟିଏ ଏକ-୪୭ ବନ୍ଧୁକ, ୨ଟି ପିସ୍ତଲ ଏବଂ ଗୋଟିଏ କାରବାଇନ୍ ଜବତ କରିଛି । ନିର୍ବାଚନରେ ହିଂସା କରିବାକୁ ମାଓବାଦୀ ଉଦ୍ଦେଶ୍ୟ ରଖି ତେଲେଙ୍ଗାନାରୁ ମହାରାଷ୍ଟ୍ରକୁ ଆସୁଥିଲେ । ପ୍ରାହିତା ନଦୀ ପାର କରୁଥିବା ସମୟରେ ପୋଲିସ ଗୁଳିରେ ନିହତ ହୋଇଛନ୍ତି ୪ ମାଓବାଦୀ ।