କନକ ବ୍ୟୁରୋ: ହିମସ୍ଖଳନ ନେଲା ନୌସେନାର ୪ ପର୍ବତାରୋହୀଙ୍କ ଜୀବନ । ଶୁକ୍ରବାର ଉତରାଖଣ୍ଡରେ ହିମସ୍ଖଳନ ପରେ ୫ ଜଣ ପର୍ବାତାରୋହୀ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି ।
ତ୍ରିଶୂଳ ପର୍ବତକୁ ନୌସେନାର ଏକ ୧୦ ଜଣିଆ ଟିମ୍ ପର୍ବତ ଆରୋହଣ ପାଇଁ ବାହାରିଥିଲେ । ହେଲେ ହିମସ୍ଖଳନ ଯୋଗୁଁ ଏମାନେ ଭାସିଯାଇଥିଲେ । ସେତେବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା । ବାକି ୫ଜଣଙ୍କୁ ଖୋଜିବା କାମ ଜାରି ରହିଥିଲା । ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ନିଖୋଜ ଥିବା ଜଣେ ପର୍ବତାରୋହୀଙ୍କୁ ଖୋଜିବା କାମ ଚାଲିଛି ।