ଗୋଟିଏ ଦିନରେ ରିଲିଜ୍ ହେବାକୁ ଯାଉଛି ଏହି ୪ ବଡ ତାରକାଙ୍କ ଫିଲ୍ମ, ଆପଣ କେଉଁଟା ଦେଖିବାକୁ ଯିବେ ?

703

ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ପରେ ଅଭିନେତା ପ୍ରଭାସ କୌଣସି ଫିଲ୍ମ କରିନାହାଁନ୍ତି । କାହିଁକିନା ସେ ନିଜର ଆଗାମୀ ଫିଲ୍ମ ‘ସାହୋ’ ପାଇଁ କଠିନ ପରିଶ୍ରମ କରୁଥିଲେ । ଅତି ଶୀଘ୍ର ‘ସାହୋ’ ଆସିବାକୁ ଯାଉଛି । ନିକଟରେ ଏହି ଫିଲ୍ମର ସୁଟିଂ ସାରିଯାଇଛି । ଯାହାପରେ ଫିଲ୍ମ ନିର୍ମାତା ଏହାର ରିଲିଜ୍ ତାରିଖ ସୋଶିଆଲ ମିଡିଆରେ ଘୋଷଣା କରିଦେଇଛନ୍ତି । ଏହି ତାରିଖ କୌଣସି ସାଧାରଣ ନୁହେଁ ବରଂ ବିଶେଷ ତାରିଖ । କାହିିଁକିନା ଏହି ଦିନ ଗୋଟିଏ ନୁହେଁ ୪-୪ଟି ବଡ ଅଭିନେତାଙ୍କ ଫିଲ୍ମ ଆସିବାକୁ ଯାଉଛି । ତାରିଖ ହେଉଛି ୧୫ ଅଗଷ୍ଟ, ୨୦୧୯ । ଜାଣନ୍ତୁ ଏହି ଦିନରେ କେଉଁ କେଉଁ ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

• ସାହୋ : ଫିଲ୍ମ ‘ସାହୋ’ ଆକ୍ସନ ଓ ଫେଂଟାସୀର ମିଶ୍ରଣ । ଯାହାର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ୍ । ଏଥିରେ ପ୍ରଭାସ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଛନ୍ତି । ଏମାନଙ୍କ ବ୍ୟତୀତ ନିଲ ନୀତିନ ମୁକେଶ, ଚଙ୍କି ପାଣ୍ଡେ, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ  ଓ ମହେଶ ମାଂଜରେକର ବି ମୂଖ୍ୟ ଭୂମିକାରେ ନଜର ଆସିବେ ।  ଏହି ଫିଲ୍ମ ଦ୍ୱାରା ଶ୍ରଦ୍ଧା ତେଲୁଗୁ ଫିଲ୍ମରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ୩ଟି ଭାଷାରେ ରିଲିଜ୍ ହେବ । ତାମିଲ, ତେଲୁଗୁ ଓ ହିନ୍ଦୀ ।

• ବାଟଲା ହାଉସ୍ : ଜନ୍ ଆବ୍ରାହମ୍ ଓ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍’ କୁ ‘କଲ ହୋ ନା ହୋ’ ର ନିର୍ଦ୍ଦେଶକ ନିଖିଲ ଆଡବାଣୀ ଓ ଭୂଷଣ କୁମାର ସହ-ପ୍ରଯୋଜନା ଦେଉଛନ୍ତି । ଏହି ଫିଲ୍ମ ବର୍ଷ ୨୦୦୮ର ୧୯ ସେପ୍ଟେମ୍ବରରେ ଦିଲ୍ଲୀର ଜାମିୟା ନଗରରେ ହୋଇଥିବା ଏନକାଉଣ୍ଟର ଉପରେ ଆଧାରିତ । ପୁଲିସର କହିବାନୁସାରେ, ଏହି ସମସ୍ତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନର ଆତଙ୍କବାଦୀ ଥିଲେ ।

• ‘ମିଶନ ମଙ୍ଗଳ’ : ଫକ୍ସ ଷ୍ଟାର ଷ୍ଟୁଡିଓ ଓ ଆର. ବଲକୀ ଘୋଷଣା କରିଛନ୍ତି କି ଫିଲ୍ମ ‘ମିଶନ ମଙ୍ଗଳ’ ୧୫ ଅଗଷ୍ଟ ୨୦୧୯ରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦୋନା ଦେଇଛନ୍ତି ଜଗନ ଶକ୍ତି । ଅକ୍ଷୟ କୁମାର ଏଥିରେ ମୁଖ୍ୟ ଭୂମିକାରେ ରହୁଛନ୍ତି । ଏବଂ ତାଙ୍କ ସହ ଫିଲ୍ମରେ ବିଦ୍ୟା ବାଲାନ୍, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ ଓ ଶରମନ ଯୋଶୀ ଭଳି ଷ୍ଟାର ବି ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କଳାକାର ବୈଜ୍ଞାନିକ ଭୂମିକାରେ ଦେଖାଦେବେ । ବର୍ଷ ୨୦୧୩ର ମଙ୍ଗଳ ମିଶନକୁ ଆଧାର କରି ଏହି ଫିଲ୍ମ ନିର୍ମାଣ ହେଉଛି ।

• ‘ମେଡ ଇନ୍ ଚାଇନା’ : ଫିଲ୍ମ ‘ସ୍ତ୍ରୀ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ଆୱାର୍ଡ ଜିତିବା ପରେ ରାଜକୁମାର ରାଓ ‘ମେଡ୍ ଇନ୍ ଇଣ୍ଡିଆ’ ଆଣୁଛନ୍ତି । ଫିଲ୍ମର ଲେଖକ-ନିର୍ଦ୍ଦେଶକ ମିଖିଲ ମୁସାଲେ । ଫିଲ୍ମର କାହାଣୀ ଗୁଜରାତର ଏକ ସଂଘର୍ଷମୟ ବ୍ୟବସାୟୀଙ୍କ ବିଷୟରେ ଅଛି । ଏଥିରେ ବ୍ୟବସାୟୀଙ୍କ ଭୂମିକାରେ ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ଭୂମିକାରେ ମୌନି ରାୟ ଅଛନ୍ତି । ଏହି ଫିଲ୍ମର ଶୁଟିଂ ଚାଲିଛି ।