କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାର ଆଉ ୪ ଟି ଗେଟ୍ ବନ୍ଦ । ହୀରାକୁଦରେ ଜଳସ୍ତର କମୁଥିବା ବେଳ ୨୪ ଗେଟରେ ନିଷ୍କାସିତ  ହେଉଛି ବନ୍ୟା ପାଣି । ବର୍ଷା ନାହିଁ ତଥାପି ବିପଦ ଟଳିନି । ଏବେ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୨.୬୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ତା ସହିତ ୪ଲକ୍ଷ ୭୬ହଜାର ୯୧୩ ଘନଫୁଟ  ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡୁଳୀରେ ମଧ୍ୟ କମୁଛି ଜଳସ୍ତର । ବିଭିନ୍ନ ନଦୀ ଗୁଡକିରେ ଜଳସ୍ତର କମୁଥିବାରୁ ବନ୍ୟା ବି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସୁଛି ।

Advertisment

ଲଘୁଚାପ କାରଣରୁ ଆଜିଠୁ ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ସର୍ବାଧିକ ୫୦ମିଲିମିଟର ବର୍ଷା ନେଇ ଆକଳନ କରାଯାଉଛି । ୨୦ରୁ ୨୧ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ସେହିଭଳି ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକ ବର୍ଷା ହେଲେ ସମସ୍ତ ବ୍ୟବସ୍ଥା କରାଯିବ । ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ସତର୍କ ରହିଛନ୍ତି । ଏହିଭଳି ବର୍ଷା ବର୍ଷା କମିଗଲା ପରେ ଜଳସ୍ତର ଧୀରେ ଧୀରେ କମିବ । ତଳ ମୁଣ୍ଡ ଓ ଉପରମୁଣ୍ଡ ସ୍ଥିତି ଦେଖିବା ପରେ ଗେଟ ବନ୍ଦ ନିଆଯିବାକୁ ନିଷ୍ପତ୍ତି ନିଆଯିବ ।