ଆଉ ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ?

453

କନକ ବ୍ୟୁରୋ : ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆସନ ଗୁଡିକ ମଧ୍ୟରୁ ୪ଟି ବିଧାନସଭା ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ, ବଡସାହି ଆସନରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଳିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସଙ୍କୁ ମୈଦାନକୁ ଓହ୍ଲାଇଛି ଦଳ ।

ଏହାପୂର୍ବରୁ ଆଜି ଅନନ୍ତ ସେଠୀ ଟିକେଟ ଘୋଷଣା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏପରିକି ତାଙ୍କୁ ସୋର ନଚେତ ସିମୁଳିଆରୁ ଟିକେଟ ଦେବାକୁ ପିସିସି ସଭାପତିଙ୍କ ନିକଟରେ ଦାବି କରିଥିବା ଚର୍ଚ୍ଚା ହୋଇଥିଲା । ଆଉ ସନ୍ଧ୍ୟାରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅନନ୍ତଙ୍କ ନାଁ ରହିଛି ।