କରୋନା ମୁକାବିଲାରେ ସାରା ବିଶ୍ୱରେ ଭାରତ ଆଗୁଆ: ପ୍ରଥମ ରାଷ୍ଟ୍ର ଭାବେ ୪ଟି କୋଭିଡ ଟିକା ପ୍ରସ୍ତୁତ କରିଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

ସେପଟେ କୋଭିସିଲ୍ଡ ପରେ କୋଭାକ୍ସିନକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି । ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ ଦିଆଯିବ ଟିକା

183

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ଅଭିଯାନରେ ସାରା ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ, ଯେଉଁଠି ୪ଟି କୋଭିଡ ଟିକା ପ୍ରସ୍ତୁତ ହେଉଛି । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର । ଦେଶରେ କୋଭିସଲଡ, କୋଭାକ୍ସିନ, ଫାଇଜର ଓ ଜାଇଡସ କାଡେଲା ଟିକା ବ୍ୟବାହର ପାଇଁ ପ୍ରସ୍ତୁତ ହୋଇ ରହିଛି । ସେଥିମଧ୍ୟରୁ କୋଭିସିଲଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାର ସବୁଜ ସଙ୍କେତ ଦେଇସାରିଛନ୍ତି । ଅନ୍ୟ ଟିକା ଅନୁମତି ପାଇବା ଅପେକ୍ଷାରେ ରହିଛନ୍ତି । କରୋନା ମହାମାରୀକୁ କାବୁ କରିବା ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପ କାଟୁ କରିବ ବୋଲି ଆଶା କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି, ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠି ୪ଟି କରୋନା ଟିକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦେଶରେ ବର୍ତମାନ ୬ଟି ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଚାଲିଛି । ସେଥିମଧ୍ୟରୁ ସିରମ ଇନଷ୍ଟିଚ୍ୟୁଟର କୋଭାସିଲ୍ଡ ଓ ଭାରତ ବାୟୋଟେକ୍ର ଦେଶୀ ଟିକା କୋଭାକ୍ସିନ ଆଗରେ ଅଛନ୍ତି । ଏହି ଦୁଇ ଟିକାକୁ ବିଶେଷଜ୍ଞ କମିଟି ସବୁଜ ସଂକେତ ଦେଇଥିବା ବେଳେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତିକୁ ଦେବାକୁ ଡିସିଜିଆଇକୁ ସୁପାରିସ୍ କରିଛି । ବିଟ୍ରେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ଫାଇଜର ଟିକାକୁ ଅନୁମତି ମିଳିଥିବା ବେଳେ ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ମିଳିଛି । ତେବେ ଭାରତରେ ୪ଟି ଟିକା ପହଁଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ।

ଚୂଡ଼ାନ୍ତ ପର୍ଯ୍ୟାୟରେ ୪ କରୋନା ଟିକା

• ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସିରମ୍ ଇନଷ୍ଟିଚ୍ୟୁଟର ଟିକା ‘କୋଭାସିଲ୍ଡ’

• ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ ନିର୍ମିତ ‘କୋଭାକ୍ସିନ୍’

• କାଡିଲା ହେଲ୍ଥକେୟାର ବିକଶିତ କରୁଥିବା ଟିକା ‘ଜାଇକୋଭ୍-ଡି’

• ନୋଭାଭାକ୍ସ ଓ ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଟିକା ‘ଏନ୍ଭିଏକ୍ସ-କୋଭ୍୨୩୭୩’

ତେବେ ଏହି ୪ଟି ଟିକା ସହ ହାଇଦ୍ରାବାଦ ସ୍ଥିତ ବାଓଲଜିକାଲ୍ ଇ ଲିମିଟେଡ୍ ଏବଂ ପୁନେ ସ୍ଥିତ ଜେନୋଭା ବାଓ-ଫାର୍ମାଚ୍ୟୁଟିକାଲ୍ସ ବିକଶିତ କରୁଥିବା ୨ଟି ଟିକାର ପରୀକ୍ଷଣ ଚାଲିଛି ।