କନକ ବ୍ୟୁରୋ: ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୨୨ କୁ ବୃଦ୍ଧି ହୋଇଛି । ଗିରଫ ଚାରିଜଣ ସ୍କୁଲ ଛାତ୍ର ତଥା ନାବାଳକ ଥିବା ଜଣାପଡିଛି । ଘଟଣାରେ ମୋଟ୍ ୧୨ ଜଣ ନାବାଳକ ସାମିଲ ଥିବା ପୋଲିସ ତଦନ୍ତରୁ ସାମ୍ନାକୁ ଆସିଥିଲା ।

Advertisment

ମାର୍କେଟ୍ ବିଲ୍ଡିଂ ହିଂସାକାଣ୍ଡକୁ ବେଶ ଗୁରୁତର ଭାବରେ ନେଇଛି ପୁଲି୍ସ । ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଏବଂ ସର୍ବସାଧାରଣ ସ୍ଥାନରେ ହିଂସା ଭିଆଇବା ଭଳି ସାଂଘାତିକ୍ ମାମଲାରେ ୧୪୭, ୩୪୧, ୩୨୩, ୩୨୪, ୩୨୫, ୨୯୪, ୩୮୬, ୩୦୭ , ୩୯୫, ୪୨୭, ୫୦୬ ଭଳି ଦଫା ଲଗାଇବା ସହ ଆର୍ମସ ଆକ୍ଟରେ ଦଫା ଲଗାଇଛି ପୋଲିସ ।