ଦିନ ଦିପହରେ ବ୍ୟାଙ୍କରୁ ଟଙ୍କା ଲୁଟ । ବନ୍ଧୁକ ମୁନରେ କ୍ୟାସ୍ କାଉଣ୍ଟରରୁ ଲୁଟିନେଲେ ୨ ଲକ୍ଷରୁ ଅଧିକ ଟଙ୍କା । ଗ୍ରାହକଙ୍କ ମୋବାଇଲ, ଏଟିଏମ୍ ବି ଲୁଟିନେଲେ ।

305

କନକ ବ୍ୟୁରୋ : ସୁନ୍ଦରଗଡ଼ ସଦର ଥାନା କିରେଇ ଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ କ୍ୟାସ୍ କାଉଣ୍ଟରରୁ ଲୁଟିନେଲେ ୨ ଲକ୍ଷ ୮୭ ହଜାର ଟଙ୍କା । ଜଣେ ମହିଳା ଗ୍ରାହକଙ୍କ ବେକରୁ ସୁନା ଚେନ୍ ଓ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ମୋବାଇଲ ଓ ଏଟିଏମ କାର୍ଡ଼ ଲୁଟ୍ କରି ଚମ୍ପଟ ମାରିଲେ ୪ ଡକାୟତ ।

ଦିନ ପାଖାପାଖି ଅଢ଼େଇଟା ବେଳେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ହାତରେ ବନ୍ଧୁକ ଧରି ସିଧା ବ୍ୟାଙ୍କ ମଧ୍ୟରେ ପଶିଥିଲେ । ଏହାପରେ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି କ୍ୟାସ୍ କାଉଣ୍ଟରରୁ ନଗଦ ଟଙ୍କା ଲୁଟ କରିଥିଲେ । ତେବେ ଖବର ପାଇ ସେଠାରେ ସଦର ଥାନା ପୋଲିସ୍, ସଦର ଏସଡିପିଓ ଏବଂ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।