କନକ ବ୍ୟୁରୋ: କନ୍ଧମାଳରୁ ଆସିଲା ସାଂଘାତିକ ଅଭିଯୋଗ । ଟଙ୍କା ଲୋଭ ଦେଖାଇ ୬ ନାବାଳିକାଙ୍କୁ ଚୋରା ଚାଲାଣ କରୁଥିଲେ ଦଲାଲ । ଅଭିଯୋଗ ଅନୁସାରେ ୫ହଜାର ଟଙ୍କାର ପ୍ରଲୋଭନ ଦେଖାଇ, ଗଞ୍ଜାମର ଜଣେ ମହିଳା ଓ ପୁରୁଷଙ୍କୁ ୬ଜଣ ନାବାଳିକାଙ୍କୁ ଚାଲାଣ କରୁଥିଲେ । ସନ୍ଦେହ ହେବାରୁ ସେମାନଙ୍କୁ ଧରିପକାଇଥିଲେ ଗ୍ରାମବାସୀ ।
ତେବେ ଏହାକୁ ନେଇ କୃତମଗଡ ଗାଁରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଗାଁ ଲୋକମାନେ ସଂପୃକ୍ତ ମହିଳା ଓ ପୁରୁଷଙ୍କୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନ ଓ ସିଡିପିଓ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ନାବାଳିକାମାନଙ୍କୁ କୁଆଡେ ନେଇଥିଲେ ତାହା ସ୍ପଷ୍ଟ ଜଣା ପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/29-4.jpg)