କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣା ବେଳକୁ ବେଳ ବିବାଦୀୟ ହେଉଛି । ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । ଆଇନ୍ ଉଲ୍ଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉରରେ ଥାର୍ଡ ଡିଗ୍ରୀ ହୋଇନାହିଁ ।
ସେପଟେ ଅପର ପକ୍ଷରେ ଏହି ମାମଲାକୁ ଗୁରୁତର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ତଦନ୍ତ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏକ ଚୋରୀ ଅଭିଯୋଗରେ ୪ ଜଣ ନାବାଳକଙ୍କୁ ଥାନାକୁ ଆଣିଥିଲା ପୁଲିସ । ଏବଂ ଥାନା ଭିତରେ ୩ ଦିନ ଧରି ଥାନାରେ ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ନାବାଳକଙ୍କ ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/1-17.jpg)