କଟକ ଡାଳିଯୋଡା ଜଙ୍ଗଲରୁ ୭୦ ଲକ୍ଷର ଚନ୍ଦନ କାଠ ଜବତ : ୩ଜଣଙ୍କୁ ଗିରଫ କଲା ଏସଟିଏଫ୍

127

କନକ ବ୍ୟୁରୋ : ୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନକାଠ ଜବତ । ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଚୋରା ଚନ୍ଦନକାଠ ଜବତ କରିଛି । କଟକ ଟାଙ୍ଗୀ ଥାନା ଅଧିନସ୍ଥ ଡାଳିଯୋଡା ଜଙ୍ଗଲରୁ ଚୋରା କାଠ ଜବତ କରାଯାଇଛି । ୪ କ୍ୱାଂଟାଲ ୬୦ କେଜିର ଚୋରା ଚନ୍ଦନ କାଠ ଜବତ ହୋଇଛି ।

ଏହାସହ ୩ ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍‌। ଉକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ଓ ଦୁଇ ଜଣ କଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଚୋରା କାଠ ପ୍ରଥମେ ଭୁବନେଶ୍ବର ଓ ସେଠାରୁ ପରେ ଅନ୍ୟ ସ୍ଥାନକୁ ଯାଇଥାନ୍ତା । ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର କୌଣସି ଖୋଜଖବର ମିଳିନାହିଁ ବୋଲି ସୂଚନା ରହିଛି।