କନକ ବ୍ୟୁରୋ : ୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନକାଠ ଜବତ । ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଚୋରା ଚନ୍ଦନକାଠ ଜବତ କରିଛି । କଟକ ଟାଙ୍ଗୀ ଥାନା ଅଧିନସ୍ଥ ଡାଳିଯୋଡା ଜଙ୍ଗଲରୁ ଚୋରା କାଠ ଜବତ କରାଯାଇଛି । ୪ କ୍ୱାଂଟାଲ ୬୦ କେଜିର ଚୋରା ଚନ୍ଦନ କାଠ ଜବତ ହୋଇଛି ।
ଏହାସହ ୩ ଜଣଙ୍କୁ ଅଟକ ରଖିଛି ଏସ୍ଟିଏଫ୍। ଉକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ଓ ଦୁଇ ଜଣ କଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଚୋରା କାଠ ପ୍ରଥମେ ଭୁବନେଶ୍ବର ଓ ସେଠାରୁ ପରେ ଅନ୍ୟ ସ୍ଥାନକୁ ଯାଇଥାନ୍ତା । ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର କୌଣସି ଖୋଜଖବର ମିଳିନାହିଁ ବୋଲି ସୂଚନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/pic.jpeg)