କନକ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ଆଉ ୪ଲକ୍ଷ ହିତାଧିକାରୀ । ଏହାଦ୍ୱାରା ରାଜ୍ୟରେ ମୋଟ୍ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨ଲକ୍ଷ ୭୫ହଜାରରୁ ବୃଦ୍ଧି ପାଇ ୩୬ଲକ୍ଷ ୭୫ହଜାରରେ ପହଞ୍ଚିବ । ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

ଫାଇଭ-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଲୋକ ଅନୁରୋଧ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଆଉ ୩୦ହଜାର ହିତାଧିକାରୀ ସାମିଲ ହେବେ । ଏହାସହ ହିତାଧିକାରୀଙ୍କ ସଂଖ୍ୟା ୮୦ହଜାରକୁ ବୃଦ୍ଧି ପାଇବ । ଏହି ଯୋଜନାରେ ୫୦ହଜାର କଳାକାରଙ୍କୁ ମାସିକ ୧୨ଶହ ସହାୟତା ରାଶି ପ୍ରଦାନ କରାଯାଉଛି ।