କନକ ବ୍ୟୁରୋ: ରାଜ୍ୟରେ ଆଜି କରୋନା କଟକଣା କୋହଳ ଭିତରେ ଆସିଛି ମର୍ମନ୍ତୁଦ ଦୁର୍ଘଟଣାର ଖବର । ଗଂଜାମରେ ଓଲଟିଛି ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ସମସ୍ତ ଗୁରୁତର ଗଂଜାମ ଜିଲ୍ଲା ଭାବନ୍ଧ ନିକଟ ଡିଆଁଡିଇଁ ଗାଁର । ଆଜିଠାରୁ ଶ୍ରମିକ ମାନଙ୍କ କାମ କରିବା ଉପରେ କଟକଣା କୋହଳ କରାଯାଇଛି । ଏଭଳି ସ୍ଥିତିରେ ଏହି ଶ୍ରମିକ ମାନେ ସକାଳୁ ସକାଳୁ କାମ କରିବା ପାଇଁ ଭାବନ୍ଧ ନିକଟ କ୍ରସରକୁ ଯାଉଥିଲେ । ତେବେ ରାସ୍ତାରେ ଦୁର୍ଘଟଣା ଘଟିଛି ।
ଆଜି ସକାଳୁ କିଛି ଶ୍ରମିକ ଏକ ପିକ୍ଅପ୍ ଭ୍ୟାନରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧର ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସେମାନେ ଯାଉଥିବା ଗାଡିଟି ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ହଠାତ୍ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ମୃତ ଶ୍ରମିକଙ୍କ ଘର ରମ୍ଭା ଥାନା ଡିଆଁଡେଇଁ ଗ୍ରାମରେ ବୋଲି ଜଣାପଡିଛି।