କନକ ବ୍ୟୁରୋ: ସଂସାର ଉଜାଡି ଦେଲା ବଜ୍ରପାତ । ବଜ୍ରାଘତରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳରେ ନାଲକୋ, ବଳରାମ ପ୍ରସାଦ ନିକଟ ଆସପଣ୍ଡ ଠାରେ ବ୍ରଜାପାତ ହୋଇଛି । ବ୍ରଜାଘାତରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଦୁଇ ଜଣ ହେଉଛନ୍ତି ସୁଷମା ବେହେରା ଓ ପେନି ବେହେରା । ମହିଳାମାନେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ସେପଟେ କୋରାପୁଟରେ ବ୍ରଜାଘାତ ନେଇଛି ମା, ପୁଅଙ୍କ ଜୀବନ । ବୋରିଗୁମ୍ମା ବ୍ଲକର ଅଂଚଳା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଚାଷ ଜମିରେ କାମ କରୁଥିବା ବେଳେ ଅକାଳରେ ଯାଇଛି ୨ ଜୀବନ । ମାଆ ଦୁରୁବତୀ ହାଲବା, ପୁଅ ଦୀପକ ହାଲବାଙ୍କ ମୃତ୍ୟୁ ହୋଇଛି । ଦୁହେଁ ଜମିରେ କାମ କରୁଥିବା ବେଳେ ହଠାତ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଲା । ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ ବଜ୍ରପାତ ହେବାରୁ ଦୁହେଁ ଚାଷ ଜମିରେ ହିଁ ଟଳି ପଡ଼ିଥିଲେ । ମୃତକଙ୍କ ସ୍ୱାମୀ ଲିଙ୍ଗରାଜ ହାଲବା ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବାରୁ ବଂଚି ଯାଇଥିଲେ ।

Advertisment