କନକ ବ୍ୟୁରୋ: ବ୍ରହ୍ମପୁରରେ ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ କରିଛି ପୁଲିସ । ବେଆଇନ ଭାବେ ୪ କିଲୋଗ୍ରାମ ସୁନା ଓ ୨୩୫ କିଲୋଗ୍ରାମ ରୁଜା ଜବତ କରିଛି ଗୋଷାଣୀ ନୂଆଗାଁ ଥାନା ପୁଲିସ । ତେବେ ସୁନା ଓ ରୁପା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।
ତେବେ ତାମିଲନାଡୁରୁ ବ୍ରହ୍ମପୁରକୁ ଆସୁଥିବା ଗାଡ଼ିରୁ ଏହି ବିପୁଳ ପରିମାଣର ସୁନା ଓ ରୂପା ଜବତ କରିଛି ପୋଲିସ ବୋଲି ଜଣାପଡ଼ିଛି । ତେବେ ସେ କାରକୁ ଜବତ ସହ ବେଆଇନ ଚାଲାଣବେଳେ ୩ ଜଣଙ୍କୁ ମଧ୍ୟ ଗିରଫ କରି ପଚରାଉଚରା ପୋଲିସ୍ କରୁଥିବା ଜଣାପଡ଼ିଛି ।