ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାକୁ ପ୍ରଶଂସା ପୂର୍ବକ ପାଳନ କରି ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ସେୟାର୍ କରିଥିବା ଘଟଣାରେ ରାଜସ୍ଥାନରେ ପଢୁଥିବା ଜମ୍ମୁ ଓ କଶ୍ମୀରର ୪ ଜଣ ଛାତ୍ରୀଙ୍କୁ ଶନିବାର ଦିନ ପୁଲିସ ହାଜତକୁ ନେଇଛି। ଜୟପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪ ଝିଅ ହ୍ୱାଟସଆପରେ ଦେଶ ବିରୋଧୀ ବାର୍ତ୍ତା ସେୟାର୍ କରିଥିବା କାରଣରୁ ବିଶ୍ୱବିଦ୍ୟାଳୟରୁ ମଧ୍ୟ ବହିଷ୍କାର କରାଯାଇଛି। ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।
ଶନିବାର ଦିନ ଏକ ବିବୃତିରେ ଏନଆଇଏମଏସ୍ ବିଶ୍ୱବିଦ୍ୟାଳୟ ଏହି ଘଟଣାକୁ ନିନ୍ଦା କରି କହିଛି କି, ଏ ଭଳି କାର୍ୟ୍ୟକଳାପକୁ ବିଶ୍ୱବିଦ୍ୟାଳୟ ସହ୍ୟ କରିବ ନାହିଁ। ସମ୍ପୃକ୍ତ ଛାତ୍ରୀମାନଙ୍କୁ କଲେଜ ଓ ହଷ୍ଟେଲରୁ ବହିଷ୍କାର କରାଯାଇଛି । ବହିଷ୍କୃତ ଛାତ୍ରୀମାନେ ହେଲେ ତଲବୀନ ମଞ୍ଜୁର, ଇରା, ଜୋହରା ନାଜିର ଓ ଉଜମା ନାଜିର। ଆତଙ୍କବାଦୀମାନେ ପ୍ରତିଶୋଧ ନେଇଛନ୍ତି କହି ସେମାନେ ଆନନ୍ଦ ହେଉଥିଲେ । ଘଟଣା ପରେ ବିଶ୍ୱବିଦ୍ୟାଳୟରେ ପ୍ରତିବାଦକାରୀମାନେ ଛାତ୍ରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଚାନ୍ଦଓ୍ଵାଜି ଥାନା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/NIRMALAjpg.jpg)
/kanak/media/post_attachments/wp-content/uploads/2019/02/763050-pulwama-attack-970-300x169.jpg)