କନକ ବ୍ୟୁରୋ : ଭୁବନେଶ୍ୱରରୁ ଧରା ହେଲା ବେପୁରିଆ ଗାଡି ଚାଳକ । ଅମାନିଆ କାରକୁ ଜବତ କରିଛି ପିସିଆର । ଜାଭିୟର ଛକରୁ ହିଟ୍ ଆଣ୍ଡ ରନ କରି ଫେରାର ହେବାକୁ ଉଦ୍ୟମ କରୁଥିବା ଏହି କାରକୁ ନୟାପଲ୍ଲୀ ବେହେରା ସାହି ଛକରୁ କାବୁ କରିଛି ପିସିଆର ୧୯ ।
ଜାଭିୟର ଛକରୁ ସିରିଜ ଦୁର୍ଘଟଣା କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ କାରକୁ ଜବତ କରାଯାଇଛି । ପ୍ରାୟ ୬ ଜଣଙ୍କୁ ଧକ୍କା କରି ଫେରାର ହେବାକୁ ଉଦ୍ୟମ କରୁଥିଲା ଚାଳକ । କାରର କାଚ ଭାଙ୍ଗି ଡ୍ରାଇଭରକୁ କାବୁ କରିଛି ପିସିଆର ।
ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଛି । ମଦ୍ୟପ କାର୍ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ମଦ୍ୟପ କାର ଚାଳକକୁ ଅଟକ ରଖି ପଚରାଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ ।