କେବେ ଥିଲେ ମୁଖ୍ୟମନ୍ତ୍ରୀ, ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ କେନ୍ଦ୍ରମନ୍ତ୍ରୀ ପଦ

1,345

କନକ ବ୍ୟୁରୋ : ଆଜି ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଏନଡିଏ ସରକାରରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ତୃତୀୟ ଥର ଶପଥ ନେଇଛନ୍ତି । ହେଲେ ଏହି ଶପଥଗ୍ରହଣ ଉତ୍ସବରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ ବିଭିନ୍ନ ଦଳରେ ରହି ମୁଖ୍ୟମନ୍ତ୍ରୀ ଥିବା ୪ ଜଣ ନେତା ଆଜି ମୋଦୀ କ୍ୟାବିନେଟରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଆସନ୍ତୁ ସେମାନଙ୍କ ବାବଦରେ ଜାଣିବା

ଶିବରାଜସିଂ ଚୌହାନ
ସାରା ଦେଶରେ ମାମା ଭାବେ ପରିଚିତ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟପ୍ରଦେଶରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ମନୋହରଲାଲ ଖଟ୍ଟର – ହରିଆଣାର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ମଧ୍ୟରେ ମନୋହରଲାଲ ଖଟ୍ଟର ଅନ୍ୟତମ । ସେ ହରିଆଣାରେ ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଜିତନରାମ ମାଞ୍ଝୀ : ବିହାରରେ ଆକସ୍ମିକ ଭାବେ ମୁଖ୍ୟମନ୍ତ୍ରୀ ହେବାରେ ଜିତନରାମ ମାଞ୍ଝୀ ଅନ୍ୟତମ । ଏକ ଛୋଟ ରାଜନୈତିକ ଦଳ ଗଠନ କରି ସର୍ବଦା ଲାଭ ସାଉଣ୍ଟୁଥିବା ନେତାଙ୍କ ମଧ୍ୟରେ ଜିତନ ରାମ ମାଞ୍ଝୀ ଅନ୍ୟତମ । ତାଙ୍କ ପାର୍ଟି ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବେଳେ ଚଳିତ ଥର ସେ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

ଏଚଡି କୁମାରସ୍ୱାମୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପୁଅ ତଥା ଏବେର ଜେଡିଏସ ନେତା ଏଚଡି କୁମାର ସ୍ୱାମୀ କର୍ଣ୍ଣାଟକର ଦୁଇଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଏଚଡି କୂୁମାର ସ୍ୱାମୀ ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।