ହୋଣ୍ଡା ଆକ୍ଟିଭା ଉପରେ ୪ଫୁଟର ନାଗ । ଝାରପଡ଼ା ମହାଦେବ ନଗରର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ।

259

କନକ ବ୍ୟୁରୋ : ହୋଣ୍ଡା ଆକ୍ଟିଭା ଉପରେ ୪ଫୁଟର ନାଗ । ଝାରପଡ଼ା ମହାଦେବ ନଗରରୁ ସ୍ୱରୁପ କୁମାର କରଙ୍କ ଘରର ସିଡ଼ି ତଳେ ଥିବା ଗାଡ଼ି ଉପରେ ଗୁଡ଼େଇ ହୋଇ ରହିଥିଲା ବିରାଟକାୟ ନାଗ । ଏହାକୁ ଦେଖି ସ୍ୱରୁପଙ୍କ ସମେତ ତାଙ୍କ ପୁରା ପରିବାର ଭୟଭୀତ ହୋଇପଡ଼ିଥିଲେ । ସୂଚନା ଅନୁସାରେ ଝାରପଡ଼ା ପ୍ଲଟ ନମ୍ବର ୨୬୪ ରୁହନ୍ତି ସ୍ୱରୁପ । ସଂଧ୍ୟାରେ ବାହାରକୁ ଯିବା ପାଇଁ ଗାଡ଼ି କାଢ଼ିବାକୁ ଯିବା ସମୟରେ ଗାଡ଼ିରେ ନାଗ ସାପ ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ।

ଘଟଣା ସ୍ଥଳରେ ହେଲଫ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ସଦସ୍ୟ ସିଲିକା ସେଲୋନୀ ଘଟଣା ସ୍ଥଳରେ ପହଂଚି ନାଗଟିକୁ ଉଦ୍ଧାର କରିଥିଲେ । ସାପଟିକୁ ସହର ବାହାରେ ପ୍ରାକୃତିକ ବନ୍ୟ ପରିବେଶରେ ଛାଡ଼ି ଦିଆଯାଇଛି । ସହରରେ ତାପମାତ୍ରା ବଢ଼ୁଥିବାରୁ ସାପମାନେ ଥଣ୍ଡା ସ୍ଥାନକୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା କହିଛନ୍ତି ସ୍ନେକ ହେଲ୍ଫ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।