କୋଟିପତି ଯନ୍ତ୍ରୀଙ୍କର ୪୮ଟି ଫ୍ଲାଟ : ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ବେଳେ ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

335

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଭିଜିଲାନ୍ସ ଯାହା ଠାବ କରିଛି ସେଥିରେ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ଭିଜିଲାନ୍ସର ସୂଚନା ଅନୁସାରେ ୬କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଅଚଳା ଅଚଳ ସମ୍ପତ୍ତି ଠାବ ହୋଇଛି । ତାଲିକାରେ ରହିଛି ବାଲିପାଟଣାରେ ଥିବା ୪୮ଟି ଫ୍ଲାଟ, ଭୁବନେଶ୍ୱରରେ ଦୁଇଟି ଦୁଇ ତାଲା କୋଠା, ନହରକଂଟାରେ ଘର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ୮ଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ସୁନା ଗହଣା, ଏଲଆଇସି ପଲିସି ।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦୁଇ ମହଲା କୋଠା, ଭୁବନେଶ୍ୱର ବାଲିଅନ୍ତାରେ ଆପାର୍ଟମେଂଟ, ବ୍ରହ୍ମପୁର ଅଯୋଧ୍ୟା ନଗରରେ ଘର, ଅଫିସ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ୪୮ଟି ଫ୍ଲାଟ ଆଫାୟାର ଇନଫ୍ରାକମ୍ ଦ୍ୱାରା ନିର୍ମାଣ ହୋଇଛି । ଯାହାର ନିର୍ଦେଶକ ହେଉଛନ୍ତି ରବୀନ୍ଦ୍ରଙ୍କ ପୁଅ ।