କନକ ବ୍ୟୁରୋ: ଖୋର୍ଦ୍ଧାରେ ବର୍ଷା ବିତ୍ପାତ। ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବାଘମାରୀ ଠାରେ ରାସ୍ତା ଉପରେ ଚାଲିଛି ୪ ଫୁଟର ପାଣି। ଫଳରେ ଏହି ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି। ଖୋର୍ଦ୍ଧା- ନୟାଗଡ଼ ଓ ଖୋର୍ଦ୍ଧା- କଣ୍ଟିଲୋକୁ ଯାତାୟାତ ବନ୍ଦ ରହିଛି।
ସେପଟେ କେନ୍ଦୁଝର ଜିଲ୍ଲା ତେଲକୋଇରେ ପୋଲ ଉପରେ ୩ ଫୁଟର ପାଣି। ତେଲକୋଇ ବ୍ଲକ ଶିବନାରାୟଣପୁରଗୋଡା ପଞ୍ଚାୟତ ଅନ୍ତର୍ଗତ ଗୋଡା ଶଙ୍କରପୁର ନାଳ ପୋଲ ଉପରେ ୩ ଫୁଟ୍ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ତେଲକୋଇ-ଶିବନାରାୟଣପୁରଗୋଡା ମଧ୍ୟରେ ଯାତାୟାତରେ ବ୍ୟାହତ ହୋଇଛି। ଗତକାଲି ଅପରାହ୍ନରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ନାଳରେ ପ୍ରଖର ବେଗରେ ବର୍ଷା ପାଣି ପ୍ରବାହିତ ହେଉଛି। ହୋମ୍ ପାଇପ୍ ପୋଲ ଯୋଗୁଁ ପ୍ରତିବର୍ଷ ବର୍ଷାଦିନେ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଜନସାଧାରଣ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/4-14.jpg)