ଆଜି ବି ଚାଲିଛି ନିଆଁ, ପାଣି ବାସନ୍ଦ । ଜାତିଗତ ଭେଦଭାବରୁ ବର୍ଷ ବର୍ଷ ଧରି ବାସନ୍ଦ ଦୁଃଖ ଭୋଗୁଛନ୍ତି ୪ଟି ପରିବାର

100

କନକ ବ୍ୟୁରୋ : ଭୁଲ ହୋଇଗଲା ନିଚ ଜାତିରେ ଜନ୍ମ ହୋଇ, ଅଛୁଆଁ କହି ପାଖ ମାଡି ଦେଉନାହାନ୍ତି ଗ୍ରାମବାସୀ । ଗାଁ ପର୍ବ ପର୍ବାଣି ମେଳା ମହୋତ୍ସବରେ ଏକାଠି ବସି ଖାଇବାର ଅଧିକାର ନାହିଁ । ବର୍ଷ ବର୍ଷ ଧରି ବାସନ୍ଦ ଯନ୍ତ୍ରଣା ସହି ନପାରି ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତ ପରିବାର । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗାଁରେ । ଉମାକାନ୍ତ ବ୍ରହ୍ମ, ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ, ପ୍ରଦୀପ ବ୍ରହ୍ମ ଏବଂ ପ୍ରତାପ ବ୍ରହ୍ମଙ୍କ ପରିବାର ବହୁବର୍ଷ ଧରି ଏହି ଗ୍ରାମରେ ବସବାସ କରି ଅସୁଛନ୍ତି । ଗାଁରେ ଦିର୍ଘ ଦିନରୁ ବସବାସ କରି ଆସୁଛନ୍ତି ଏହି ୪ଟି କୈ÷ବର୍ତ ପରିବାର । ଏହି ପରିବାରକୁ ଗାଁ ଜାନି ଯାତ୍ରାରେ ନିଜକୁ ସାମିଲ କରାଇ ଦେଉନାହାନ୍ତି ଗ୍ରାମବାସୀ । ନିଆଁ ପାଣି ବାସନ୍ଦ କରିବା ସହିତ ଏକ ପ୍ରକାର ଏକ ଘରକିଆ କରି ରଖିଛନ୍ତି,ମେଳା ମହୋତ୍ସବରେ ସେମାନଙ୍କୁ ସାମିଲ କରାଯାଉ ନାହିଁ, ଖାଇବା ସମୟରେ ଅଲଗା ବସିବାକୁ କୁହାଯାଉଛି । ଜାତି ଭେଦ ରଖି ଗାଁରେ ଗାଡି ସେମାନଙ୍କ ଜମିକୁ ଚାଷ କରିବାକୁ ଯାଉ ନାହିଁ । କିଛି ମାସ ତଳେ ଏହି ପରିବାରରେ ଜଣକର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ଛୁଇଁବାକୁ ଆସି ନଥିଲେ ଗ୍ରାମବାସୀ ।