କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳର ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ୪ ଛାତ୍ର ନିଖୋଜ । ଏନେଇ ଘରୋଇ ଇଂଜିନିୟରିଂ କଲେଜ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଛାତ୍ର ହେଲେ ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଅଭୟପୁର ଗାଁର ଆଦିତ୍ୟ କୁମାର, ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁରର ଭିଶାଲ ପାଣ୍ଡେ, ଝାଡଖଣ୍ଡ ସୀତାରାମଡେରା ଥାନା ଅଂଚଳର ତ୍ରିନେତ୍ର କୁମାର ଓ ବିହାର ଜାମ୍ମୁର ଅଂଚଳର ଶେଖର ସିଂ ରାଜପୁତ । ଅଭିଯୋଗ ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ୪ ଛାତ୍ରଙ୍କୁ ଖୋଜା ଚାଲିଛି । ଏମାନେ ଗୋଟିଏ ରୁମରେ ଭଡାରେ ରହୁଥିଲେ । ତେଣୁ ଏମାନେ ସାଙ୍ଗ ହୋଇ ଘରକୁ ପଳାଇ ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏମାନଙ୍କ ମୋବାଇଲ୍ ଲୋକେଶନ ଶେଷ ଥର ପାଇଁ ସମ୍ବଲପୁରରେ ଦେଖାଇଥିଲା ।