କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ତିରୁପତି ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର  । ମୃତକ ୪ଜଣ କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାର ବୋଲି ଜଣାପଡିଛି । ମୃତକମାନେ ହେଲେ ଉମେଶ ସାହୁ, ରଶ୍ମିତା ସାହୁ, ତ୍ରିଲୋଚନ ନାୟକ, ବିଜୟ ନାୟକ । ଦୁର୍ଘଟଣାରେ ଏହି ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଚିତ୍ତୋର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

Advertisment

ସୂଚନା ମୁତାବକ, ମୃତକ ଓ ଗୁରୁତର ଚିକିତ୍ସା ପାଇଁ ପୂର୍ବରୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲ ଯାଇଥିଲେ । ସେଠାରୁ ଏକ ଆମ୍ବୁଲାନ୍ସ ଜରିଆରେ ଫେରୁଥିବାବେଳେ ତିରୁପତି ରାଜପଥର ତେଲାଗୁଣ୍ଡଲା ନିକଟରେ ଆମ୍ବୁଲାନ୍ସ ଏକ ଅଏଲ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ୪ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି ।