କନକ ବ୍ୟୁରୋ: ଆଜି ତାମିଲନାଡୁର କୁନ୍ନୁରରେ ବଡ ଧରଣର ଅଘଟଣ ଘଟିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏଁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଉଦ୍ଧାର କାମ ଚାଲିଥିବା ବେଳେ କାହାକୁ କାହାକୁ ଉଦ୍ଧାର କରାଯାଇଛି ସେନେଇ ଭାରତୀୟ ସେନା ସ୍ପଷ୍ଟ ସୂଚନା ଦେଇନାହିଁ । ଉଦ୍ଧାର କରାଯାଇଥିବା ସେନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆର୍ମି ହେଲିକପ୍ଟରରେ ମୋଟ ୧୪ ଜଣ ଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/l_1638952021.jpeg)