ଆମେରିକା ସଂସଦ ପରିସରରେ ଟ୍ରମ୍ପ୍ ସମର୍ଥକଙ୍କ ଆକ୍ରମଣ । ୪ ଜଣଙ୍କ ମୃତ୍ୟୁ । ୧୫ ଦିନ ପାଇଁ ୱାଶିଂଟନ ଡିସିରେ ପବ୍ଲିକ ଏମରଜେନ୍ସି  ।

100

କନକ ବ୍ୟୁରୋ :  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ କାର୍ଯ୍ୟଦିବସରେ ଆମେରିକାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଏଥର ୱାସିଂଟନ ସ୍ଥିତ କ୍ୟାପିଟାଲ ହିଲ୍ ଠାରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ଯେତେବେଳେ ଭାରତରେ ଅଧରାତି ହୋଇଥିଲା ଏହି ସମୟରେ ଆମେରିକାରେ ହଜାର ହଜାର ସଂଖ୍ୟାର ଟ୍ରମ୍ପ ସମର୍ଥକ ମାନେ ହାତରେ ହତିଆର ଧରି କ୍ୟାପିଟାଲ ହିଲରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ଭଙ୍ଗାରୋଜା କରିବା ସହ ସିନେଟରେ ଥିବା ସାଂସଦ ମାନଙ୍କୁ ବହାରକୁ ବାହାର କରିଦେଇଥିଲେ । ଏହାପରେ ସେମାନେ କ୍ୟାପିଟାଲ ହିଲକୁ ଦଖଲ କରିଥିଲେ । ଏନେଇ ସୁରକ୍ଷାବଳ ଦୀର୍ଘ ସମୟ ପ୍ରୟାସ କରି ହିଂସାକାରୀଙ୍କୁ ବାହାରକୁ ବାହାର କରିବାରେ ସମର୍ଥ ହୋଇଥିଲା । ହେଲେ ସେଠାରେ ହୋଇଥିବା ହିଂସାରେ ବର୍ତ୍ତମାନ ଯାଏ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କହିରଖୁ କି କ୍ୟାପିଟାଲ ହିଲ୍ ଠାରେ ଇଲେକ୍ଟ୍ରୋରାଲ କଲେଜ ପ୍ରକ୍ରିୟା ଚାଲିଥିଲା । ଯେଉଁଥିରେ କି ଜୋ-ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସମର୍ଥକ ମାନେ ହଜାର ହଜାର ସଂଖ୍ୟାରେ ସେଠାରେ ଅସ୍ତ୍ର ଶସ୍ତ୍ର ସହ ପହଂଚି କ୍ୟାପିଟଲ ହିଲକୁ ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ସେଠାରେ ଟ୍ରମ୍ପଙ୍କ ସମର୍ଥକ ମାନେ ଟ୍ରମ୍ପଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ ପୁଣିଥରେ ଭୋଟ ଗଣତିି ପାଇଁ ଦାବି କରିଥିଲେ ।
ଏନେଇ ଟ୍ରମ୍ପଙ୍କ ସମର୍ଥକ ମାନେ ଗୁଳି ଚାଳନା କରିବା ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଛି । ୱାସିଂଟନ୍ ପୋଲିସର ସୂଚନା ମୁତାବକ ଗୁରୁବାର ଦିନ ହୋଇଥିବା ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ପୋଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାକୁ ନେଇ ୱାସିଂଟନ୍ ଅଞ୍ଚଳରେ ପବ୍ଲିକ ଏମରଜିନ୍ସ ଜାରି କରାଯାଇଛି । ଏହି ଏମରଜିନ୍ସ ୧୫ ଦିନ ଯାଏ ଲାଗୁ ହୋଇଛି ବୋଲି ୱାସିଂଟନ୍ ମେୟର କହିଛନ୍ତି ।