କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନନ୍ଦିଘର କରଡାରେ ସଡ଼କ ଦୁର୍ଘଟଣାରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସମେତ ଗାଡି ଚଳାଉଥିବା ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ମିିଳିଥିବା ସୂଚନାନୁସାରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଏକ କାର୍ରେ ଭୁବନେଶ୍ୱରରୁ ନୟାଗଡ଼ ଫେରୁଥିବା ବେଳେ ଶରଣକୁଳ ଥାନା ନନ୍ଦିଘର କରଡା ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କାର୍ଟି ନନ୍ଦିଘର କରଡ଼ା ପାଖରେ ଗୋଟିଏ ଗଛରେ ଧକ୍କା ହେବା ଫଳରେ କାରରେ ଯାଉଥିବା ବାପ, ମାଆ ଓ ପୁଅଙ୍କ ସହ କାର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/ACC.jpg)