ବନ୍ଦ ଘରୁ ମିଳିଲା ୪ ମୃତଦେହ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଖୋଲିଲା ବନ୍ଦ ଥିବା ଘର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

619

କନକ ବ୍ୟୁରୋ: ବନ୍ଦ ଘରୁ ବାହାରିଲା ୪ ଜଣଙ୍କ ମୃତଦେହ । ରାଜଗାଙ୍ଗପୁର ଆଇଟି କଲୋନୀରେ ଚାଞ୍ଚଲ୍ୟ । କଲୋନୀ ବାସିନ୍ଦା ପ୍ରମୋଦ ରାଉତଙ୍କ ଘରୁ ଦୁର୍ଗନ୍ଧ ବାହାରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଘରର କବାଟ ଖୋଲିଥିଲା । ଗତକାଲିଠାରୁ ଘରର କବାଟ ଭିତରପଟୁ ବନ୍ଦ ରହିଥିଲା । ପଚା ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ପୋଲିକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ମାଜିଷ୍ଟ୍ରେଟକଙ୍କ ଉପସ୍ଥିତିରେ କବାଟ ଖୋଲି ୪ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ।

ସୂଚନା ମୁତାବକ, ପ୍ରମୋଦ ରାଉତଙ୍କ ଏହି ଘରେ କାଂଶବାହାର ଗୋଆଲପଡାର ରଞ୍ଜିତ ପ୍ରସାଦ ଭଡାରେ ରହୁଥିଲେ । ଘରୁ ରଞ୍ଜିତଙ୍କ ସହ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅ ରହୁଥିଲେ । ଆଉ ଏହି ପୂରାପରିବାରର ମୃତଦେହ ଏହି ଘରୁ ମିଳିଛି । ତେବେ ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ କାହିଁକି ଏଭଳି ଚରମ ନିଷ୍ପତି ନେବାକୁ ବାଧ୍ୟ ହେଲା ପୂରା ପରିବାର ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଆଉ ଫରେନସିକ ଟେଷ୍ଟ ପାଇଁ ଘଟଣାସ୍ଥଳରୁ ମିଳିଥିବା କ୍ଷୀରକୁ ପଠାଇଛି ପୋଲିସ୍ ।