ଜର୍ମାନୀରେ କାର ଆକ୍ରମଣ ! ମ୍ୟୁନଷ୍ଟର ସହରର ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଲୋକଙ୍କ ଉପରେ କାର ଚଢ଼ାଇ ଦେଲା ଦୁବୃର୍ତ୍ତ । ୪ମୃତ, ୩୦ ଆହତ

Advertisment
ଜର୍ମାନୀରେ କାର ଆକ୍ରମଣ ! ମ୍ୟୁନଷ୍ଟର ସହରର ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଲୋକଙ୍କ ଉପରେ କାର ଚଢ଼ାଇ ଦେଲା ଦୁବୃର୍ତ୍ତ । ୪ମୃତ, ୩୦ ଆହତ

କନକ ବ୍ୟୁରୋ: ଜର୍ମାନୀର ମ୍ୟୁଷ୍ଟର ସହରର ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଲୋକଙ୍କ ଉପରେ କାର ଚଢ଼ାଇଦେଲା ସନ୍ଦିଗ୍ଧ ଆତଙ୍କବାଦୀ । ଏଥିରେ ୪ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ପ୍ରଥମେ ଜନଗହଳ ଭିତରେ ଗାଡି ପୁରାଇ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲା ଓ ତାପରେ ନିଜେ ଆତ୍ମହତ୍ୟା କରିଛି । ତେବେ ଗାଡି ଚଢ଼ାଇଥିବା ଲୋକର ଆତଙ୍କବାଦୀ ସଂଗଠନ ଆଇଏସ ଲିଙ୍କ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଏହି ଘଟଣାରେ କୋ÷ଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳକୁ କେହି ନଯିବାକୁ ବାରଣ କରିଛି ପୁଲିସ୍ ।

ମିଳିଥିବା ଖବର ମୁତାବକ, ମ୍ୟୁନଷ୍ଟରର କିପେନକର୍ଲ ପବ୍ ନିକଟରେ ପ୍ରବଳ ଭିଡ଼ ହୋଇଥିବା ବେଳେ କାର୍ଟି ଅଚାନକ ଭାବେ ଦ୍ରୁତ ଗତିରେ ପବ୍ ନିକଟକୁ ମାଡି ଆସିଥିଲା ଏବଂ ଲୋକଙ୍କୁ ଦଳି ମକଚି ଆଗକୁ ବଢ଼ିଥିଲା ।ପ୍ରାଣ ବିକଳରେ ଲୋକେ ଦୌଡ଼ୁଥିବା ବେଳେ ସେମାନଙ୍କୁ କାର୍ ମଡ଼ାଇ ଚାଲିଥିବା ଦେଖିବାକୁ ମିଳିଥିଲା। କପିପେନ୍କର୍ଲ ପବ୍ ସହରର ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ୍ କରିଥିବା କୁହାଯାଉଛି ।

ଉଲ୍ଲେଖ ଯୋଗ୍ୟ, ୨୦୧୬ ମସିହା ଜୁଲାଇ ୧୪ ତାରିଖରେ ଫ୍ରାନ୍ସର ନାଇସ୍ ଠାରେ ହୋଇଥିବା ଆଇଏସର ଏଭଳି ଟ୍ରକ୍ ଆକ୍ରମଣରେ ୮୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକି ନିକଟ ଅତୀତରେ ହୋଇଥିବା ସବୁଠୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ୨୦୧୬ ମସିହା ଡିସେମ୍ବର ୧୯ରେ ବର୍ଲିନ୍ ସହରସ୍ଥିତ ଖ୍ରୀଷ୍ଟମାସ୍ ମାର୍କେଟରେ ଆଇଏସ୍ ଆତଙ୍କବାଦୀଙ୍କ ଟ୍ରକ୍ ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ହେବା ସାଙ୍ଗକୁ ୬୦ ଜଣ ଆହତ ହୋଇଥିଲେ। ୨୦୧୭ ମସିହାରେ ୟୁରୋପ୍ର ବାର୍ସେଲୋନା ସହରରେ ମଧ୍ୟ ଅନୁରୂପ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe