ଘନ କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ଗଞ୍ଜାମ ସୋରଡା ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର ।

212

କନକ ବ୍ୟୁରୋ: ଘନ କୁହୁଡି ହେଲା କାଳ । ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର ।

ସୂଚନା ଅନୁସାରେ ଏକ ବାଇକରେ ୩ ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଆସୁଥିଲେ । ବିପରୀତ ଦିଗରୁ ବିଦ୍୍ୟୁତ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ସହ ବରାଡି ନିକଟରେ ବାଇକର ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହେଲେ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଗଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କୁହୁଡି ପଡୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।