ବ୍ରହ୍ମପୁର ସହରରେ ଲାଗୁ ହେବ ୪ ଦିନିଆ ସଟଡାଉନ୍ । ଜିଲ୍ଲାପାଳ କହିଲେ, କରୋନା ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ ଦରକାର ।

2,012

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗୁ ହେବ ୪ ଦିନିଆ ସଟଡାଉନ୍ । ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନଜରରେ ରଖି ଏପରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ ।

ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଏହା ମଧ୍ୟରେ ୧ ହଜାର ୮୮କୁ ବଢିଗଲାଣି । ଏହା ମଧ୍ୟରୁ ୭୬୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି, ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୩୧୨ । କରୋନା ସଂକ୍ରମଣରେ ଗଂଜାମ ଜିଲ୍ଲାରୁ ୮ ଜଣଙ୍କ ଜୀବନ ଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ ଲାଗୁ ହୋଇଛି ।