ମାଡି ଚାଲିଛି ମହାମାରୀ: ରାଜ୍ୟରେ ଦିନକରେ ୪ ମୃତ, ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତକ ସମସ୍ତ ଗଞ୍ଜାମ ଜିଲ୍ଲାର ସୂଚନା

ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଠାବ

2,939

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନାର କାୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇରେ ରାଜ୍ୟରେ ମୋଟ୍ ସକ୍ରମିତଙ୍କ ସଂଖ୍ୟା  ୧୧ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୬ରେ ପହଂଚିଲା । ତେବେ ମୃତ୍ୟୁ ହୋଇଥିବା ୪ଜଣ ରୋଗୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ସୂଚନା ଦେଇଛନ୍ତି ସରକାର । ଏଥି ସହ ଆଉ ୨ଜଣ ଅନ୍ୟ ରୋଗରେ ପୀଡିତ ଥିବା କାରଣରୁ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦, ଯାଜପୁରରୁ ୮୬, ସୁନ୍ଦରଗଡରୁ ୬୨, କଟକରୁ ୫୫, ଖୋର୍ଦ୍ଧାରୁ ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ  ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଁଚିଛି ।

ଏମାନଙ୍କ ମଧ୍ୟରେୁ ୭ହଜାର ୪୦୭ ଜଣ ସୁସ୍ଥ ହୋଇଥିବାବେଳେ ୪ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଗତକାଲି ପରୀକ୍ଷା କରାଯାଇଥିବା ୬ ହଜାର ୪୫୬ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।