ରାଜ୍ୟରେ କରୋନାକୁ ନେଇ ସତର୍କତା ପରେ ସଚେତନତା ଉପରେ ଗୁରୁତ୍ୱ । କ୍ୟାପିଟାଲ ହସ୍ପିଟାଲରେ ୨ ଓ ଏସସିବିରେ ଭର୍ତ୍ତି ହୋଇଛନ୍ତି ୨ ଜଣ ସନ୍ଦିଗ୍ଧ । ଆଇସୋଲେସନ ୱାର୍ଡରେ ଚିକିତ୍ସା ଚାଲୁଥିବା ସୂଚନା ।

445

କନକ ବ୍ୟୁରୋ: କରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ଏବେ ଆରମ୍ଭ ହୋଇଛି ମୁକାବିଲା ପାଇଁ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି । ଏହା ମଧ୍ୟରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତି ହୋଇଥିବା ସୂଚନା । କରୋନାକୁ ନେଇ ରହିଥିବା ସ୍ପେଶାଲ ୱାର୍ଡରେ ଚାଲିଛି ସେମାନଙ୍କର ଚିକିତ୍ସା । କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ଯୁବତୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆଗରୁ ଭୁବନେଶ୍ୱରର ଜଣେ ଯୁବକ, ଆୟର୍ଲାଣ୍ଡ ନାଗରିକ ଓ ତାଙ୍କ ସହ ଯୋଗୀଙ୍କ ରିପୋର୍ଟ ବି ନେଗେଟିଭ୍ ଆସିଥିଲା ।

ସେପଟେ କଟକ ବଡ ମେଡିକାଲରେ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ଚାଲିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା । ଏସସିବିରେ ଏବେ ୨ ଜଣ ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ଏସସିବି ମେଡିକାଲରେ ସ୍ପେଶାଲ ୱାର୍ଡ ସହିତ ସ୍ପେଶାଲ ଡକ୍ଟର ଟିମ୍ ମଧ୍ୟ ଗଠନ ହୋଇଛି । କରୋନା ସନ୍ଦିଗ୍ଧଙ୍କ ଉତମ ଚିକିତ୍ସା ପାଇଁ ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଏସସିବି କର୍ତ୍ତୁପକ୍ଷ ।