ଶୀତ କମିଥିଲା, ବଢ଼ିଲା ଖରା । ୪ ସହର ପାରଦ ୩୪ ଡିଗ୍ରୀ ପାର

759

କନକ ବ୍ୟୁରୋ : ମାଘରେ ବାଘ ଖରା । ଏବେଠୁ ହେଲାଣି ଅସହ୍ୟ ଗରମ । ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟଣାରେ ୩୪ ଦଶମିକ ୨ ଓ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ବାଲେଶ୍ୱର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା ।

ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି । ଫଳରେ ଆଗକୁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହୋଇପାରେ । ଏଲନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପାରେ । ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଛି ।