ପୋଲସରାରୁ ଆସିଲା ହୃଦୟବିଦାରକ ଖବର । ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୋଲସରାରୁ ଆସିଲା ହୃଦୟବିଦାରକ ଖବର । ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ୩ ପୁଅ ସହ ଜଣେ ଝିଅ ଗୁରୁତର । ତେବେ ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।  ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା ।

publive-image

ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖରିଛଟା ଗାଁର ୪ ଜଣ ଶିଶୁ ଜିଅନ୍ତା ଜଳିଯାଇଛନ୍ତି ।  ନିଆଁରେ ଜଳି ଏହି ଚାରି ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି ।  ତେବେ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି  ଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁ ସଂସ୍ପର୍ଶରେ ଚାଲିଆସିଥିଲେ ।ସେମାନଙ୍କ ଚିକ୍ରାର ଶୁଣି ଗାଁଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

publive-image

ତେବେ ନିଆଁ ଲାଗି ଏହି ୪ ଶିଶୁଙ୍କ ଶରୀରର ଅଶିପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ମଧ୍ୟ ନଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe