ନନ୍ଦୀ ବଳଦ ଦେଖାଇ ମାଲକାନଗିରରେ ମହିଳାଙ୍କୁ ଲୁଟ ଘଟଣା : ଲୁଟ ବ୍ୟବହୃତ ନନ୍ଦୀ ବଳଦ ସହ ବନ୍ଧା ହେଲେ ୪ ଠକ

 ମହାରାଷ୍ଟ୍ର ଗଡଚିରୋଲିରୁ ଧରିଲା ମାଲାକାନଗିରି ପୋଲିସ

327

କନକ ବ୍ୟୁରୋ : ନନ୍ଦୀ ବଳଦ ଦେଖାଇ ମହିଳାଙ୍କ ଠାରୁ ଲୁଟ ଘଟଣାରେ ବନ୍ଧା ହେଲା ନନ୍ଦୀ । ଅଭିନବ ଉପାୟରେ ମାଲକାନଗିରି ପୌରାଂଚଳ ମହେଶ୍ୱର କଲୋନିର ଜଣେ ମହିଳାଙ୍କ ଠାରୁ ଟଙ୍କା ଠକିନେଇଥିଲେ ଲୁଟେରା । ୪ ଜଣ ଠକ, ସାଙ୍ଗରେ ନନ୍ଦୀ ବଳଦ ଆଣି ମହେଶ୍ୱର କଲୋନିରେ ଥିବା ଭୂମିକାଙ୍କ ଘରକୁ ଯାଇଥିଲେ ।

ସେଠାରେ ତାଙ୍କ ପରିବାରର ଭଲ ମନ୍ଦ ବଖାଣିବା ସହ ଘରେ ମୃତ ନଣନ୍ଦଙ୍କ ଆତ୍ମା ଥିବା କହିଥିଲେ । ଏହାର ପ୍ରତିକାର ପାଇଁ ଘରେ ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦେଇଥିଲେ । ୫୦ ହଜାର ଟଙ୍କା ଦେଲେ ଆତ୍ମା ଶାନ୍ତି ପାଇଁ ପୂଜା କରିବେ କହିଥିଲେ ଏହି ୪ ଠକ । ସେମାନଙ୍କ ମନଗଢ଼ା କାହାଣୀରେ ଭୂମିକା ବିଶ୍ୱାସ କରି ତାଙ୍କୁ ୪୮ ହଜାର ଟଙ୍କା ଦେଇଥିଲେ  । ମୋଟା ଅଙ୍କର ଟଙ୍କା ଧରି ଭୂମିକାଙ୍କୁ ଗୋଟିଏ ପୂଜା ସରଂଜାମ ଥିବା ପ୍ୟାକେଟ ଧରାଇ ଚାଲିଯାଇଥିଲେ ଠକ । ଖାଲି ଭୂମିକା ନୁହେଁ ବରଂ ଏପରି ମନଗଢ଼ା କାହାଣୀ କହି ଏମାନେ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ରହିଥିଲା ।

ମିଛ ପ୍ରେତାତ୍ମା କଥା କହି ଠକେଇ କରିଥିବା ଭୂମିକା ଜାଣିଲା ବେଳକୁ ଠକ ଦଳ ଫେରାର ହୋଇ ଯାଇଥିଲେ । ସୂଚନା ମୁତାବକ ଏମାନେ ପୂର୍ବରୁ ତଥ୍ୟ ଅନୁସନ୍ଧାନ କରି ଲୋକଙ୍କ ଘରକୁ ଯାଆନ୍ତି । ପରିବାରର ଭଲ ମନ୍ଦ ବଖାଣି ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟ କରନ୍ତି । ଏହି ଘଟଣାର ଅନୁସନ୍ଧାନ କରି ମାଲକାନଗିରି ପୋଲିସ ଠକେଇରେ ବ୍ୟବହାର ନନ୍ଦୀ ବଳଦ ସହିତ ସଂପୃକ୍ତ ୪ ଠକଙ୍କୁ ମହାରାଷ୍ଟ୍ର ଗଡଟିରୋଲିରୁ ଗିରଫ କରିଛି ।