ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସା ପରିସ୍ଥିତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

Advertisment
ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସା ପରିସ୍ଥିତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

କନକ ବ୍ୟୁରୋ :  ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସଂକ୍ରାନ୍ତ ରିପୋର୍ଟଗୁଡ଼ିକ ଉପରେ ଗୁରୁତ୍ବ ଦେଇ ସ୍ଥଳବିଶେଷର ଅବସ୍ଥା ଆକଳନ କରିବା ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଜଣେ ଅତିରିକ୍ତ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍ ପଠାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ଟିମ୍ ଦିଲ୍ଲୀରୁ ବାହାରି ଏବେ ପଶ୍ଚିମବଙ୍ଗରେ ପହଂଚିଛି । ନିର୍ବାଚନ ପରବର୍ତ୍ତୀ ହିଂସା, କ୍ଷେତ୍ରବିଶେଷର ପରିସ୍ଥିତି ଏବଂ ରାଜନୈତିକ କର୍ମୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି ବୋଲି କୁହାଯାଉଥିବା ଘଟଣା ଉପରେ ଏହି ଟିମ୍ ତଦନ୍ତ କରିବ।

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ନେତାମାନଙ୍କ ଉପରେ ହୋଇଥିବା ଏହି ହିଂସାତ୍ମକ ଆକ୍ରମଣର କାରଣ ସମ୍ବନ୍ଧରେ ଉକ୍ତ ଟିମ୍ ଏହି ରିପୋର୍ଟ ପ୍ରସ୍ତୁତି କରିବ ବୋଲି ମନେହୁଏ।

ସୂଚନାଯୋଗ୍ୟ, ରାଜ୍ୟରେ ନିର୍ବାଚନୋତ୍ତର ହିଂସାକାଣ୍ଡ ସମ୍ବନ୍ଧୀୟ ସବିଶେଷ ବିବରଣୀ ଦାଖଲ କରିବା ଲାଗି ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ପୁଣି ଥରେ ପତ୍ର ଲେଖିଛି। ପଶ୍ଚିମବଙ୍ଗ ସରକାର ରିପୋର୍ଟ ଦାଖଲ ନ କଲେ, ପରିସ୍ଥିତି ସାଙ୍ଘାତିକ ହେବ ବୋଲି ସତର୍କ କରାଇ ଦିଆଯାଇଛି। ଆଉ ସମୟ ନଷ୍ଟ ନ କରି ରାଜ୍ୟ ସରକାର ଏଭଳି ଘଟଣା ବନ୍ଦ କରାଇବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚିଠିରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚମବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe