କନକ ବ୍ୟୁରୋ : ପିପିଲିରେ ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ । ପୁଣି ଏକ ବସରେ ନିଆଁ ଲଗାଇଦେଇଛନ୍ତି ଲୋକେ । ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବାକୁ ଯାଇ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ୨ ଘଂଟା ମଧ୍ୟରେ ୪ଟି ବସ୍ ଜାଳିଦେଇଛନ୍ତି ଲୋକେ । ହାଟଛକ ନିକଟରେ ବସ୍ ଧକ୍କାରେ ଦମ୍ପତିଙ୍କ ମୃତୁ ହେବା ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।
ଆଇନକୁ ହାତକୁ ନେଇଛନ୍ତି ଦୁର୍ଘଟଣା ଘଟାଇଥିବା ବସ୍ ସମେତ ୪ଟି ବସ୍ ଜାଳି ଦେଇଛନ୍ତି ଲୋକେ । ତେବେ ଦମକଳ ବାହିନୀକୁ ମଧ୍ୟ ନିଆଁ ଲିଭାଇବାକୁ ଦେଇନାହାନ୍ତି ଲୋକେ । ଘଟଣାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସକୁ ମଧ୍ୟ ଉତ୍ୟକ୍ତ ଲୋକ ମାଡ ମାରିଥିବା ଜଣାପଡିଛି । ପୁଲିସ୍ ଓ ସ୍ଥାନୀୟ ଲୋକ ଧସ୍ତାଧସ୍ତି ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-05-13h21m10s708.png)