ବିଜେପିରେ ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ : ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପିର ପଦକ୍ଷେପ

327

ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି। ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି, ତିଳୋତ୍ତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ଓ ଶିଶିର ମିଶ୍ରଙ୍କୁ ହିଂଜିଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ଦାୟିତ୍ୱ ମିଳଛି। ବଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି ବୋଲି ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଓଡିଶାରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩, ୨୯ରେ ନିର୍ବାଚନ ହେବାକୁ ଅଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ସରିଛି । ବିଜେଡି, ବିଜେପି ଓ କଂଗ୍ରେସ ତାଙ୍କର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରାଜ୍ୟରେ ନିର୍ବାଚନୀ ପୂର୍ବରୁ ହିଂସା ଦେଖିବାକୁ ମିଳିଛି ।