ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ । ୪ ବିଧାୟକଙ୍କ ଟିକେଟ୍ କଟିବା ପରେ ଝାଡିଲେ ଅସନ୍ତୋଷ ।

1,145

କନକ ବ୍ୟୁରୋ: ୬ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୫ ନୂଆ ମୁହଁ ରହିଛନ୍ତି । ଏଥିସହ ୪ଜଣ ନେତାଙ୍କ ଟିକେଟ୍ କଟିଛି । ବାଲିକୁଦା- ଏରସମାର ରଘୁ ନନ୍ଦନ ଦାସଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଚେହେରା ସାରଦା ପ୍ରସନ୍ନ ଜେନାଙ୍କୁ ଭରସା କରିଛି ଦଳ । ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱ ରଂଜନ ମଲ୍ଲିକଙ୍କୁ ମିଳିଛି ଟିକେଟ୍ । ସେହିପରି ହିନ୍ଦୋଳରେ ସୀମାରାଣୀ ନାୟକଙ୍କ ସ୍ଥାନରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ପତ୍ନୀ ଅର୍ଚ୍ଚନା ରେଖାଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି ।

ବରୀରେ ବିଜେଡି ବିଧାୟକ ପ୍ରାର୍ଥୀ ବଦଳାଇବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ବର୍ତମାନ ବିଧାୟିକା ସୁନନ୍ଦା ଦାସ । ଚକ୍ରାନ୍ତକାରୀଙ୍କ ପାଇଁ ଟିକେଟ୍ କଟିଥିବା ସେ ଗଣମାଧ୍ୟମକୁ କହିଛନ୍ତି । ପ୍ରଦର୍ଶନ ଭଲ ସହ ତିନିଥର ନିଜର ରିପୋର୍ଟ କାର୍ଡ ଦେଇଥିବା ବେଳେ କେଉଁ କାରଣ ପାଇଁ ଟିକେଟ୍ କଟିଲା, ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।