ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ: ୮ଟି ବିଧାନସଭା ମଣ୍ଡଳୀ ପାଇଁ ୪ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।

746

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ । ଏହି ୮ଟି ନିର୍ବାଚନ ମଣ୍ଡଳୀରେ ୪ ଜଣଙ୍କୁ ଦାୟିତ୍ୱ ମିଳିଛି । ଦାୟିତ୍ୱ ପାଇଥିବା ନେତାମାନେ ହେଲେ ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ସଂଜୀବ ମଲ୍ଲିକ ଓ ସୁଶାନ୍ତ ରାଉତ । ସୂଚନା ଅନୁସାରେ ବ୍ୟୋମେକେଶ ରାୟଙ୍କୁ କରଞ୍ଜିଆ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଦାୟତ୍ୱ ଦେଇଛି ଦଳ।

ସେହିପରି ଉଦଳା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ସଂଜୀବ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷଭାବେ ମନୋନୀତ କରାଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଯୋଜନା ବୋର୍ଡକୁ ନୂଆ ରୂପ ଦିଆଯିବ। 

Comments are closed.