କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୪ଜଣଙ୍କୁ ଗିରଫ କଲା ପୁଲିସ୍

Advertisment
କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୪ଜଣଙ୍କୁ ଗିରଫ କଲା ପୁଲିସ୍

source : Google

କନକ ବ୍ୟୁରୋ: କଂଗ୍ରେସ ଭବନରେ ଆକ୍ରମଣ କରିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାଜ୍ୟ କଂଗ୍ରେସର ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏକାମ୍ର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଦୁବୃର୍ତମାନେ ପାର୍ଟି ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇଦେଇଥିଲେ । ତେବେ ଏହି ତୁମୁଳକାଣ୍ଡ କରିଥିବା ଯୁବକମାନେ ଦଳର ଆଶାୟୀ ପ୍ରାର୍ଥୀ ନଥିଲେ କିମ୍ବା କର୍ମୀ ନଥିଲେ ବୋଲି ପରେ କଂଗ୍ରେସ ନେତା କହିଥିଲେ । ଏବଂ ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।

publive-image

ଗତ ୨୩ ତାରିଖ ରାତିରେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ଭୁବନେଶ୍ୱର ଏକ୍ରାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍ ଅମୀର ମହମ୍ମଦ ଏବଂ ତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଗେଟରେ ତାଲା ପକାଇବା ସହ କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହି ଘଟଣାରେ ପୁଲିସ୍ ଆଜି ୪ଜଣଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe