କନକ ବ୍ୟୁରୋ: ନିରୀହ ପଶୁକୁ ବି ଛାଡିଲେନି ଯୌନ ରାକ୍ଷାସ । କଅଁଳା ବାଛୁରି ସହ ନୃଶଂସ ଆଚରଣ ପରେ ଜଣକ ପରେ ଜଣେ ଦୁର୍ଷ୍କ କଲେ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନ ଅଲୱାର ଜିଲ୍ଲାର ଚୋପାଙ୍କିରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବା ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଏହି ଘୃଣ୍ୟ ଦୃଶ୍ୟକୁ ମୋବାଇଲରେ କଏଦ କରି ଭାଇରାଲ କରିବା ପରେ ସ୍ଥାନୀୟ ଇଲାକାରେ ଆଲୋଡନ ସୃଷ୍ଟି ହୋଇଥିଲା । ଏହି ଭିିଡିଓରେ ଦେଖାଯାଇଛି ଯେ, ଜଣେ ଅଭିଯୁକ୍ତ କଅଁଳା ବାଛୁରି ସହ ଦୁଷ୍କର୍ମ କରୁଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ବାଛୁରୀର ପାଟିକୁ ମାଡିବସିଥିଲା । ଆଉ ଜଣେ ଏହି ିଡିଓକୁ ରେକର୍ଡ କରୁଥିଲା ।
ଫତେ ମହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଘଟଣାକୁ ନେଇ ମାମଲା ଦାଏର କରିବା ପରେ ପୋଲିସ ଛାନବିନ୍ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ହେଲେ ଜୁବାଇର, ତାଲି୍, ୱାରିସ୍ ଏବଂ ଚୁନା । ସମସ୍ତ ଅଭିଯୁକ୍ତଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ । ଧାରା ୩୭୭ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର ହୋଇଛି ।
ଏହି ଇଲାକାରେ ଗୋରୁ ଚାଲାଣ ନେଇ ଅନେକ ଥର ପୋଲିସ ଓ ଚାଲାଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ବୋମା ମାଡ ମଧ୍ୟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
Follow Us