ଭୁବନେଶ୍ୱରରେ ବସ ମାଲିକଙ୍କୁ ବଟି ମାଗି ୪ ଗିରଫ । ‘ଦାଦାବଟିକୁ ନାଁ ଅଭିଯାନ’ରେ ଗିରଫ କଲା ପୋଲିସ । କ୍ୟୁଏଟ ଓ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ।

261

କନକ ବ୍ୟୁରୋ : ଭୁବନେଶ୍ୱରରେ ବସ ମାଲିକଙ୍କୁ ବଟି ମାଗି ୪ ଜଣ ଗିରଫ ହୋଇଛନ୍ତି । ଦାଦାବଟିକୁ ନାଁ ଅଭିଯାନରେ କମିଶନରେଟ ପୋଲିସ ତାଙ୍କୁ ଗରିଫ କରିଛି । ବରମୁଣ୍ଡା ବସ ଷ୍ଟାଣ୍ଡରୁ କ୍ୟୁଏଟ ଓ ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

ସେହିପରି ଆଜି ଭୁବନେଶ୍ୱରରୁ ଦାଦାବଟି ଆଦାୟ ଅଭିଯୋଗରେ ରାଜା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । ଜଣେ ଲୋକକୁ ରାଜା ଜୋର କରି ପ୍ରତି ମାସରେ ଟଙ୍କା ଦେବାକୁ ଦାବି କରୁଥିଲା । ଅଭିଯୋଗ ପରେ ରାଜାକୁ ଗିରଫ କରିଛି ପୋଲିସ ।

ଟ୍ୱିନ୍ ସିଟିରେ ଦାଦାବଟିକୁ ନାଁ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଦାଦାବଟି ଆଦାୟକୁ ରୋକିବା ପାଇଁ ଆଜିଠୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଟ୍ୱିନ ସିଟିରେ ଅପରାଧ ବଢୁଥିବାରୁ ଏବେ ଆକ୍ସନ ମୋଡରେ ରହିଛି କମିସନରେଟ ପୋଲିସ ।