କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଡାଉନଲୋଡ କରିଛନ୍ତି ଏହି ୪ଟି ଆପ ! ପେମେଣ୍ଟ ସର୍ଭିସ ଠାରୁ ଆରମ୍ଭ କରି ଏହି ଆପ୍ ରଖିଥାଏ ଘରର ହିସାବ ।

60

ଆଜି ଆମେ ଆପଣଙ୍କ ପାଇଁ ଏମିତି ୪ଟି ଆପ ନେଇ ଆସିଛୁ, ଯାହା ଆପଣଙ୍କ ବଡ କାମରେ ଆସିପାରିବ । ଆଉ ଏଥିରୁ କିଛି ଆପ୍ ଅଫଲାଇନରେ ମଧ୍ୟ କାମରେ ଆସିଥାଏ । ଏହି ଆପଗୁଡିକୁ କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ଏହି ଆପକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ମାଗଣାରେ ଡାଉନଲୋଡ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆପର ନାମ ଏବଂ ଏହାର ଫିଚର୍ସ ସମ୍ବନ୍ଧୀୟ ତଥ୍ୟ ।

Google Maps :

ଏହି ଆପକୁ ୧୦୦ କୋଟି ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ଗୁଗୁଲ ପ୍ଲେ ଷ୍ଟୋରରେ ଏହାକୁ ୪.୩ ଷ୍ଟାର ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହାକୁ ୯୩ ଲକ୍ଷରୁ ଅଧିକ ବ୍ୟବହାରକାରୀ ରେଟିଙ୍ଗ ଦେଇଛନ୍ତି । ଏହି ଆପର ସାଇଜ ଡିଭାଇସ ଉପରେ ନିର୍ଭର କରିଥାଏ । ଏହି ଆପ ଦ୍ୱାରା ଆପଣ ଦୁନିଆର କୌଣସି ସ୍ଥାନର ସୂଚନା କିଛି ସେକେଣ୍ଡରେ ପାଇପାରିବେ । ଏହା ଛଡା ଏହି ଆପ ବିନା ଇଣ୍ଟରନେଟରେ ମଧ୍ୟ ଆପଣଙ୍କ ସହାୟତାରେ ଆସିବ ।

Paytm :

ଏହି ଆପକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଏହି ଆପକୁ ୧୦ କୋଟି ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ଗୁଗୁଲ ପ୍ଲେ ଷ୍ଟୋରରେ ଏହାକୁ ୪.୪ ଷ୍ଟାର ମିଳିଛି । ଏହି ଆପ ସାହାଯ୍ୟରେ ଆପଣ ସପିଙ୍ଗ ଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି କରିପାରିବେ । ଏହା ଛଡା ଏହି ଆପରେ ଆପଣଙ୍କୁ ଅନେକ ଡିସକାଉଣ୍ଟ ଏବଂ କ୍ୟାସବ୍ୟାକ ମଧ୍ୟ ମିଳିଥାଏ ।

Splitwise :

ଏହି ଆପକୁ ପାଖାପାଖି ୧୦ ଲକ୍ଷ ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ପ୍ଲେ ଷ୍ଟୋରରେ ଏହି ଆପକୁ ୪.୬ ଷ୍ଟାର ମିଳିଛି । ଏହି ଆପ ଘରର ହିସାବ ରଖିବାରେ ଆପଣଙ୍କୁ ଅନେକ ସାହାଯ୍ୟ କରିଥାଏ । ଏହି ଆପରେ ଆପଣ ଆପଣଙ୍କ ପରିବାର ଲୋକଙ୍କ ସମେତ ସାଙ୍ଗସାଥୀଙ୍କୁ ମଧ୍ୟ ଯୋଡି ପାରିବେ । ସଞ୍ଚୟ କରିବାରେ ଏହି ଆପ ବହୁତ ସାହାଯ୍ୟ କରିଥାଏ ।

SHAREit :

ଏହି ଆପକୁ ପାଖାପାଖି ୫୦ କୋଟି ବ୍ୟବହାରକାରୀ ଡାଉନଲୋଡ କରିସାରିଲେଣି । ଗୁଗୁଲ ପ୍ଲେ ଷ୍ଟୋରରେ ଏହାକୁ ୪.୬ ଷ୍ଟାର ମିଳିଛି । ଏହି ଆପର ସାଇଜ ୧୮ ଏମବି ଅଟେ । ଏହି ଆପ ମାଧ୍ୟମରେ ଆପଣ ଅଧିକ ମିଡିଆ ଫାଇଲ୍ସକୁ କିଛି ସେକେଣ୍ଡ କିଛି ମିନିଟରେ ଟ୍ରାନ୍ସଫର କରିପାରିବେ । ଏହି ଆପ ବିନା ଇଣ୍ଟରନେଟରେ ମଧ୍ୟ କାମ କରିଥାଏ ।