କନକ ବ୍ୟୁରୋ: ଖୋଲିବ ଖୋର୍ଦ୍ଧା ସହରରେ ବ୍ରାଉନସୁଗାର ବ୍ୟବସାୟର ନେଟୱର୍କ । ବିଶେଷକରି ଜେଲ୍ ଭିତରୁ କିପରି ବ୍ରାଉନସୁଗାର ବ୍ୟବସାୟ ଅପରେଟ୍ ହେଉଛି, ତାର ଖିଅ ଖୋଜିବା ଆରମ୍ଭ କରିଛି ପୋଲିସ୍ । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ୍ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ୫ ଦିନ ରିମାଣ୍ଡ ପାଇଁ ପୋଲିସ୍ ଆବେଦନ କରିଥିବା ବେଳେ ଏଡିଜେ କୋର୍ଟ ଦୁଇ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ଖୋର୍ଦ୍ଧା ଜେଲରୁ କିପରି ହେଉଥିଲା ନିଶା କାରବାର ଅପରେଟ୍, କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି, ଏସବୁ ଦିଗ ଉପର ଖୋଳତାଡ଼ କରୁଛି ପୋଲିସ୍ ।
ଜେଲ ଭିତରକୁ ମୋବାଇଲ ଯିବା ଉପରେ ରୋକ ଥିବା ସତ୍ୱେ, ଜେଲ ଭିତରୁ ବ୍ରାଉନସୁଗାର ଡିଲ କରଥିଲା ମିକି ଓରଫ ମନୋରଞ୍ଜନ ସାହୁ । ଗତମାସ ୯ ତାରିଖରେ ଖୋର୍ଦ୍ଧା ଜେଲ ଅଧୀକ୍ଷକ ଆଦର୍ଶ ଥାନାକୁ ଜଣାଇବା ପରେ ଏକଥା ପ୍ରଘଟ ହୋଇଥିଲା । ପୋଲିସ୍ ଏହି ଘଟଣାରେ ଖୋର୍ଦ୍ଧା ଭଲିଆବାଡ଼ିର ସଂଜୟ ପ୍ରଧାନ, ଲକ୍ଷ୍ମୀଧର ସାହୁ, ଏସ୍ କେ ଜାଫର, ସସ୍ମିତା ପ୍ରଧାନ, ଅଭିଜିତ ସାମନ୍ତରାୟ, ସୁରଜ ଦଳବେହେରା ଓ ତାପସ କୁମାର ସ୍ୱାଇଁଙ୍କ ଠାରୁ ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା । ଗତ ଅଢ଼େଇ ବର୍ଷରେ ଖୋର୍ଦ୍ଧା ଜେଲରୁ ୧୫ଟି ମୋବାଇଲ ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/Screen-Shot-2024-03-06-at-7.38.40-AM.png)