ବୃତ୍ତି ଟଙ୍କା ପାଇଁ ଆସି ସୈତାନଙ୍କ କବଳରେ ପଡ଼ିଗଲେ କଲେଜ ଛାତ୍ରୀ । ରାସ୍ତାରୁ ଉଠାଇ ନେଲେ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ପୁଲିସ୍ କର୍ମଚାରୀଙ୍କ ସହ ୪ ଦୁର୍ବୃତ୍ତ ।

10,305

କନକ ବ୍ୟୁରୋ: ଜଣେ ଆଦିବାସୀ ନାବାଳିକାଙ୍କ ସହିତ ଏମିତି କିଛି ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ୧୭ବର୍ଷିୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଆଉ ଗଣଦୁଷ୍କର୍ମ କରିଛନ୍ତି  ୪ ଅଭିଯୁକ୍ତ ସନ୍ତୋଷ, ରବି, ସିଲୁ ଓ ବବଲୁ ।

ଆଦିବାସୀ ନାବାଳିକା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସହିତ ଯାଇଥିଲେ ବୃତି ଟଙ୍କା ଆଣିବା ପାଇଁ । ଟଙ୍କା ନେଇ ପୁରୁଷ ବନ୍ଧୁଙ୍କ ଘରକୁ ଫେରିବା ବେଳେ ୪ଜଣ ଦୁବୃର୍ତ୍ତ ସେମାନଙ୍କ ପିଛା କରିଥିଲେ । କଲରଙ୍ଗୀ ଖଣି ଅଂଚଳରେ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁ ଖାଇବାକୁ ଅଟକି ଗଲେ । ଏହାର କିଛି ସମୟ ପରେ ନିଛାଟିଆ ଅଂଚଳରେ ଚାଲି ଚାଲି ଯାଉଥିବା ସମୟରେ ୨ଟି ମୋଟର ସାଇକେଲରେ ଆସିଥିବା ୪ଜଣ ଦୁବୃର୍ତ ପୁରୁଷ ବନ୍ଧୁଙ୍କୁ ମାଡ ମାରି ନାବାଳିକାଙ୍କୁ ମୋଟର ସାଇକେଲରେ ଉଠାଇ ନେଇଥିଲେ । ନାବାଳିକାଙ୍କୁ ମୋଟର ସାଇକେଲରେ ବସାଇ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ । ଏହି ସ୍ଥାନରେ ନାବାଳିକାଙ୍କୁ ୪ଜଣ ଦୁୁବୃର୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

କଳେ ବଳେ କୌଶଳେ ନାବାଳିକା ଜଣଙ୍କ ନର ରାକ୍ଷାସଙ୍କ କବଳରୁ ଖସି ଉଲଗ୍ନ ଅବସ୍ଥାରେ ଜଣେ ମହିଳା ଗୃହରକ୍ଷୀଙ୍କ ଘରେ ପଶିଯାଇଥିଲେ । ରାତି ୯ଟାରୁ ୧୦ ଭିତରେ ଏହି ଘଟଣା ଘଟିଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ନାବାଳିକା ଜଣଙ୍କ କାଳିଆପାଣି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପୃଷ୍ଟିଙ୍କ ସମେତ ରବି, ସିଲୁ, ବବଲୁକୁ ଗିରଫ କରି କାର୍ଟ ଚାଲାଣ କରିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟ ଅଭିଯୁକ୍ତ ଜଣକ ଓଡିଶା ପୋଲିସର ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା ଓ.ଆଇ.ଏସ.ଏଫ କାଳିଆପାଣି ୟୁନିଟରେ ରୋଷେୟା ଭାବେ କାମ କରୁଥିଲେ । ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କର ଡାକ୍ତରୀମାଇନା ହେବା ସହିତ କୋର୍ଟରେ ବୟାନ ରେକର୍ଡ ହୋଇଛି । ପୋଲିସ ଏହି ନାବାଳିକା ଏବଂ ପୁରୁଷ ବନ୍ଧୁଙ୍କୁ ହେପାଜତରେ ରଖି ତଦନ୍ତ ଜାରି ରଖିଛି ।